ଅନୁଭବ ପଟ୍ଟନାୟକ

୧୯୮୦ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମ ଲାଭ କରିଥିବା ଅନୁଭବ ପଟ୍ଟନାୟକ ଜଣେ ଭାରତୀୟ ରାଜନେତା ଭାବେ ପରିଚିତ, ସେ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ର ପରାମର୍ଶ ଦାତା ରୂପେ କାର୍ଯ୍ୟରତ । ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାରେ ଖଣ୍ଡପଡ଼ାର ବିଧାୟକ ଥିଲେ । ସେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଦିବଂଗତ ନେତା ସ୍ୱର୍ଗତ ଅରୁଣ ପଟ୍ଟନାୟକଙ୍କ ପୁତ୍ର ଅଟନ୍ତି । ଶ୍ରୀ ପଟ୍ଟନାୟକ ଶାସକ ବିଜୁ ଜନତା ଦଳର ମୁଖପାତ୍ର ତଥା ମହିଳା ସଶକ୍ତିକରଣ ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସୂଚୀପତ୍ର :-
ଶିକ୍ଷା
ପ୍ରାରମ୍ଭିକ ଜୀବନୀ
ରାଜନୈତିକ ଜୀବନ
ସଫଳତା
ଶିଶୁ ବଂଧୁ ନିର୍ବାଚନ ମଣ୍ଡଳୀ
ସମ୍ମାନ ପୁରସ୍କାର
ତଥ୍ୟ ସହାୟତା ।

ଶିକ୍ଷା :-
ଭୁବନେଶ୍ୱର ଡ଼ିଏଭି ପବ୍ଲିକ ସ୍କୁଲ ରୁ ୧୯୯୬ ମସିହାରେ ମାଟ୍ରିକ ପାଶ୍ କରିବା ପରେ ବିଜେବି କଲେଜ ରୁ ୧୯୯୮ ରେ +୨ ଓ ୨୦୦୧ରେ ଉକ୍ତ ମହାବିଦ୍ୟାଳୟରୁ ଅର୍ଥନୀତି ସମ୍ମାନରେ ସ୍ନାତକ ଡ଼ିଗ୍ରି ହାସଲ କରିଥିଲେ । ଏଥି ସହିତ ୨୦୦୩ ମସିହାରେ ଏମ୍‌.ଆଇ.ସି.ଏମ ଭୁବନେଶ୍ୱରରୁ ଏମ୍‌.ବି.ଏ ମାର୍କେଟିଂ ଏବଂ ଏଚ୍‌.ଆର ଡ଼ିଗ୍ରି ହାସଲ କରିଥିଲେ ।

ପ୍ରାରମ୍ଭିକ ଜୀବନ :-
ଭାରତ ଦେଶ, ଓଡ଼ିଶାର କଟକ ଠାରେ ଶ୍ରୀ ପଟ୍ଟନାୟକ ୧୯୮୦ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ । ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ପଟ୍ଟନାୟକ ଓ ପୂର୍ବତନ ବିଧାୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କର ସେ ପୁତ୍ର ଅଟନ୍ତି । ତାଙ୍କ ପିତା ସ୍ୱର୍ଗତ ଅରୁଣ ପଟ୍ଟନାୟକ ଜଣେ ଓଡ଼ିଶା ରାଜନୀତିର ଜଣା ଶୁଣା ରାଜନେତା ଥିଲେ । ୧୯୭୦ ଦଶକରେ ରେଭେନ୍‌ସା ମହାବିଦ୍ୟାଳୟର ସଭାପତି ଓ ପରେ ଏନ୍‌.ଏସ.ୟୁ ଆଇର ଓଡ଼ିଶା ସଭାପତି ଭାବେ ଅରୁଣ ପଟ୍ଟନାୟକ କାର୍ଯ୍ୟ କରିଥିଲେ । ତାଙ୍କ ରାଜନୈତିକ ଅବଦାନ ତଥା ତାଙ୍କ ସମ୍ମାନ ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୨ ତାରିଖ କୁ ଖଣ୍ଡପଡ଼ାବାସୀ ଅରୁଣବାବୁଙ୍କ ତିରୋଧାନ ଦିବସକୁ ଜାଗ୍ରତ ଖଣ୍ଡପଡ଼ା ଦିବସ ରୂପେ ପାଳନ କରୁଛନ୍ତି । ଅନୁଭବଙ୍କ ମାତା ବିଜୟଲକ୍ଷ୍ମୀ ପଟ୍ଟନାୟକ ୨୦୦୦ ମସିହାରେ ବିଜୁ ଜନତା ଦଳର ବିଧାୟିକା ଓ ୨୦୦୪ରେ ସ୍ୱାଧୀନ ଭାବେ ଖଣ୍ଡପଡ଼ା ବିଧାୟିକା ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଥିଲେ ।

ଅନୁଭବ ଏମ୍‌.ବି.ଏ. ପାଠ ପଢା ସାରି ଗଦରେଜ କମ୍ପାନୀରେ ୨୦୦୪ ରେ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌, ୨୦୦୭ରେ ଆସିଷ୍ଟାଣ୍ଟ ସେଲ୍ସ ମ୍ୟାନେଜର ଏବଂ ୨୦୧୧ରେ ଗଦ୍‌ରେଜ ଆଣ୍ଡ ବାୟସି ମ୍ୟାନୁଫାକ୍‌ଚରିଂ କୋ. ରେ ଆସିଷ୍ଟାଣ୍ଡ ଜେନେରାଲର ମ୍ୟାନେଜର ଭାବେ କର୍ଣ୍ଣାଟକର ବାଙ୍ଗାଲୋର ଠାରେ ଉଚ୍ଚ ବେତନ ଯୁକ୍ତ ଚାକିରି କରିଥିଲେ ।

ରାଜନୈତିକ ଜୀବନ :-
ମାଆ ବାପାଙ୍କର ରାଜନୈତିକ ଆଦର୍ଶ, ନିରନ୍ତର ଜନସେବା ରୁ ଆନନ୍ଦ, ସାଲିସ୍ ବିହୀନ ବିକାଶ ତଥା ଜନ ନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦୃଷ୍ଟିଭଙ୍ଗୀ ପ୍ରତି ଆକୃଷ୍ଟ ହୋଇ ସେ ରାଜନୀତି ମାଧ୍ୟମରେ ଜନସାଧାରଣ ଙ୍କୁ ସେବା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଉଚ୍ଚ ଦରମା ଯୁକ୍ତ ଚାକିରି ପରିତ୍ୟାଗ କରି ଖଣ୍ଡପଡ଼ା ବିଧାନ ସଭା କ୍ଷେତ୍ରରୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ୨୦୧୪ ମସିହାରେ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପରାସ୍ତକରି ବିଧାୟକ ଭାବେ ବିଜୟୀ ହୋଇଥିଲେ । ପରେ ୨୦୧୯ ମସିହାରେ ବିଜୁ ଯୁବ ଜନତା ଦଳର ଅନ୍ୟତମ ପରାମର୍ଶଦାତା, ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର, ମହିଳା ସଶକ୍ତି କରଣ ର ବିଜୁ ଜନତା ଦଳ ସଂପାଦକ ଭାବେ କାର୍ଯ୍ୟ କରିବା ସହ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଓଡ଼ିଶା ସରକାର ବିଭାଗର ପରାମର୍ଶ ଦାତା ଭାବେ ୨୦୧୯ ରୁ ନିଯୁକ୍ତ ଓ ୨୦୨୨ ର ପୁନଃ ନିଯୁକ୍ତ ହୋଇ କାର୍ଯ୍ୟରତ ଅଛନ୍ତି । ଏଥି ସହିତ ସାମାଜିକ ପ୍ରଗତି ପାଇଁ ଦୃଷ୍ଟି ଭଙ୍ଗୀ ରଖିବା ସହ “ଆସ ଗଢିବା ଶ୍ରେଷ୍ଠ ଖଣ୍ଡପଡ଼ା” ଆହ୍ୱାନ ରେ ନିଜକୁ ଯୋଡ଼ି ଖଣ୍ଡପଡ଼ାର ବିକାଶ ଧାରାକୁ ତ୍ୱରାନ୍ୱିତ କରିବାରେ ପ୍ରୟାସରତ ଅଛନ୍ତି ।

ସଫଳତା :-
ନିଜର ଅଭିଜ୍ଞତା ତଥା ପାରଦର୍ଶିତାର ପ୍ରମାଣ ସ୍ୱରୂପ ବିଧାୟକ ଭାବେ କୃଷି ଓ ବୈଦ୍ୟୁତିକ ପ୍ରଯୁକ୍ତି ବିଦ୍ୟା ଉପରେ ଟିପ୍‌ପଣୀ ଦେବାକୁ ନାସ୍ କମ୍ ପକ୍ଷରୁ ନିମନ୍ତ୍ରିତ ହୋଇଥିଲେ । ଟାଟା ଟ୍ରଷ୍ଟ ପକ୍ଷରୁ ସ୍କୁଲ ଓ ଗୋଷ୍ଠୀ ବିଜ୍ଞାନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜର ପାରଦର୍ଶିତାର ଦୃଷ୍ଟାନ୍ତ ପ୍ରମାଣ କରିଥିଲେ । ଜାଭିୟର ୟୁନିଭରସିଟି ର ବୋର୍ଡ଼ ଅଫ୍ ଗଭର୍ଣ୍ଣର ସଦସ୍ୟ ଭାବେ କାର୍ଯ୍ୟ କରିବା ପାଇଁ ସୂଯୋଗ ପାଇବା ସହ ଆଇ.ଆଇ.ଆଇ.ଟି ଭୁବନେଶ୍ୱର, ରାଜ୍ୟ ଗୃହ ନିର୍ମାଣ ବୋର୍ଡ଼ ସଦସ୍ୟ ହେବାର ସୁଯୋଗ ପ୍ରାପ୍ତ କରିବା ସହିତ ୩ୟ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ଗଣ ଦୌଡ଼ରେ ଅଂଶ ଗ୍ରହଣ କରିଥିଲେ । ନିକଟ ଅତୀତରେ ଯୁକ୍ତ ରାଷ୍ଟ୍ର ଆମେରିକା ପକ୍ଷରୁ ଆୟୋଜିତ ପ୍ରଫେସ୍‌ନାଲ୍ ଫେଲୋଜ୍ ପ୍ରୋଗ୍ରାମ ରେ ଭାରତ ପକ୍ଷରୁ ଦକ୍ଷୀଣ କେନ୍ଦ୍ର ଏସିଆ ଦେଶ ସମୁହ ପାକିସ୍ଥାନ, ନେପାଳ, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଯୋଗଦେଇ ବୈଧାନିକ ନିଷ୍ପତ୍ତି, ନିରନ୍ତର ବିକାଶ ପାଇଁ କୌଶଳ ଅବଲମ୍ବନ, ନୀତି ନିର୍ଦ୍ଧାରଣ, ଭାବ ବିନିମୟ ଦ୍ୱାରା ଉନ୍ନତି ସାଧନ ଓ ବୈଦେଶିକ ସଂପର୍କ ଅଭିବୃଦ୍ଧି ସଂପର୍କରେ ମତ, ମନ୍ତବ୍ୟ ଦେଇ ପ୍ରସଂଶିତ ହୋଇଥିଲେ । ଏହି ଅବସର ରେ ତାଙ୍କୁ ଦକ୍ଷତା ପ୍ରମାଣ ପତ୍ର ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଓହିଓ ରାଜ୍ୟ ପ୍ରଦାନ କରିଛନ୍ତି । ବିଭିନ୍ନ ପତ୍ର ପତ୍ରିକାରେ ଶ୍ରୀ ପଟ୍ଟନାୟକଙ୍କ ସଂପୃକ୍ତିର ଝଲକ ଦେଖିବାକୁ ମିଳିଥିଲା ।

 ଶିଶୁ ଉପଯୋଗୀ ନିର୍ବାଚନ ମଣ୍ଡଳୀ :- :-
ଶ୍ରୀ ପଟ୍ଟନାୟକଙ୍କ ବିଧାୟକତ୍ୱ ସମୟରେ ୟୁନିସେଫ୍ ଓ କଳିଙ୍ଗ କୁସୁମ ଫାଉଣ୍ଡେସନ୍ ମିଳିତ ଆନୁକୁଲ୍ୟର ଖଣ୍ଡପଡ଼ା କୁ ରାଜ୍ୟର ପ୍ରଥମ ଶିଶୁ ଉପଯୋଗୀ ନିର୍ବାଚନ ମଣ୍ଡଳୀ ଭାବେ ଘୋଷଣା କରାଯାଇଥିଲା । ଶିଶୁ ମାନେ ଆଗାମୀ କାଲିର ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ବିଭିନ୍ନ ରାଷ୍ଟ୍ର ଗଠନ ପ୍ରକ୍ରିୟାର ସାମିଲ୍ କରାଇବା ପାଇଁ ପ୍ରାଥମିକତା ଦିଆଯିବା ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ ଏହି ଶିଶୁ ଉପଯୋଗୀ ନିର୍ବାଚନ ମଣ୍ଡଳୀର ମାନସ ସନ୍ତାନ ପ୍ରଚଳିତ କରି ସୁନାମ ଅର୍ଜନ କରିଥିଲେ । ଶିଶୁ ମାନଙ୍କର ଅଧିକାର, ପୁଷ୍ଟି ସାଧନ ଓ କଲ୍ୟାଣ ସଂପର୍କୀତ ବିଭିନ୍ନ ଯୋଜନା ପ୍ରଣୟନ ପାଇଁ ନିଜକୁ ସାମିଲ କରିଥିଲେ । ଏପରିକି ଆନ୍ତର୍ଜାତୀୟ କିଶୋରୀ ସ୍ୱାସ୍ଥ୍ୟ ସଂଗଠନ (ଓଇଇଐ) ରେ ଯୋଗ ଦେଇ ନିଜର ଅଭିଜ୍ଞତା ସଂପର୍କୀତ ସୂଚନା ଦେଇ ଉଚ୍ଚ ପ୍ରସଂଶା ସାଉଁଟିଛନ୍ତି ।

ସମ୍ମାନ ଓ ପୁରସ୍କାର :-
ଭାରତୀୟ ଛାତ୍ର ସଂସଦ ପକ୍ଷରୁ ଅନୁଭବ ପଟ୍ଟନାୟକ ଆଦର୍ଶ ଯୁବ ବିଧାୟକ ଭାବେ ପୁରସ୍କୃତ ହୋଇ ଭାରତ ତଥା ନିଜ ନିର୍ବାଚନ ମଣ୍ଡଳୀ ପାଇଁ ସୁନାମ ଅର୍ଜନ କରିଛନ୍ତି ।

Total number of visitors
free counter